ଭୁବନେଶ୍ବର: ଶ୍ରୀଲଙ୍କା ବାୟୁମଣ୍ଡଳ ଉପରେ ଲଘୁଚାପ ସତ୍ତ୍ବେ ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ ରାଜ୍ୟରେ ଏବେ ପାଗ ଶୁଖଲୋ ରହିବା ସହ ସ୍ଥାନେ ସ୍ଥାନେ କୋହଲା ପାଗ ଦେଖବୋକୁ ମିଳୁଛି
ଫଳ ସ୍ବରୂପ ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୧ ଡିଗ୍ରୀ ତଳକୁ ଆସିଥବୋବେଳେ ପାରଳାଖେମୁଣ୍ଡି ୨୫ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଏହାସହ ୩୫ ସହରରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ନଜରକୁ ଆସିଥବୋ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି
ଅନ୍ୟପଟେ ଲଘୁଚାପ ସହ ପଶ୍ଚିମା ଝଡ଼ ଲାଗି ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ଘନ କୁହୁଡ଼ି ନଜରକୁ ଆସିଥବୋବେଳେ ପାରାଦୀପ, କେନ୍ଦ୍ରାପଡ଼ା ଓ ଭୁବନେଶ୍ବର ହାଲୁକା କୁହୁଡ଼ି ଓ ଢ଼େଙ୍କାନାଳରେ ଅତି ହାଲୁକା କୁହୁଡ଼ି ଦୃଶ୍ୟମାନ ହୋଇଛି
ଆଉ ୨ ଦିନ ରାଜ୍ୟରେ କୁହୁଡ଼ି ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି ମଙ୍ଗଳବାର ସକାଳେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ଢ଼େଙ୍କାନାଳ ଓ କଟକରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି
ଫେବୃଆରୀ ମାସ ଅଧାରୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥବୋବେଳେ ସାଧାରଣତଃ ୩୫ ଡିଗ୍ରୀ ଉପରେ ଦିନ ତାପମାତ୍ରା ରହୁଛି ୧୮ ତାରିଖରୁ ରାତି ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାକଳନ ଜାରି ହୋଇଥବୋ ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି
READ IN ENGLISH: Odisha Braces for Two More Days of Fog as Paralakhemundi Hits 35°C
ALSO READ: Pragativadi’s Foundation Day Inspires Writers and Thinkers to Lead Social Change













