ଭୁବନେଶ୍ବର: ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ମାନସ ରଞ୍ଜନ ମଙ୍ଗରାଜ ନିଯୁକ୍ତି ପାଇଛନ୍ତି । ଡ. ସସ୍ମିତ ପାତ୍ରଙ୍କ ଜାଗାରେ ସେ ରାଜ୍ୟସଭାରେ ବିଜେଡିର ନେତୃତ୍ୱରେ ନେବେ ।
ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରଦୀପ ଅମାତ, ଲେଲିନ ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ ଏବଂ ଯୁବ ଛାତ୍ର ଛାମୁଆ ସଂଗଠନ ପକ୍ଷରୁ ତାଙ୍କୁ ଶଙ୍ଖ ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦେଇଥିବାରୁ ତାଙ୍କୁ କୋଟି କୋଟି ପ୍ରଣାମ ଓ ଧନ୍ୟବାଦ । ନବୀନ ପଟ୍ଟନାୟକ ତାଙ୍କୁ ପୂର୍ବରୁ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦେଇଥିଲେ । ଉକ୍ତ ଦାୟିତ୍ବକୁ ସେ ପାରୁ ପର୍ଯ୍ୟନ୍ତ ତୁଲାଇବାକୁ ଚେଷ୍ଟା କରିଥିଲେ । ନୂଆ ଦାୟିତ୍ୱରେ ଓଡ଼ିଶା ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ । ସାଥି ସାଂସଦଙ୍କୁ ନେଇ ସଂସଦରେ ଏହି ଲଢେଇ ହେବ । ସମସ୍ତ ସାଂସଦ ଓଡ଼ିଶାର ଦାବିକୁ ପ୍ରଭାବଶାଳୀ ଭାବେ ତୁଲାଉଛନ୍ତି ।ସମଗ୍ର ଓଡ଼ିଶାବାସୀ ଓ ବିଜେଡି ସ୍ୱାର୍ଥକୁ ନେଇ କାମ ହେବ । ସହଯୋଗୀ ସାଂସଦଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ । ଦଳୀୟ କର୍ମୀ ଓ ନେତା, ଦେବୀ ମିଶ୍ର, ପ୍ରଦୀପ ଅମାତଙ୍କ ନିକଟରେ ଚିର କୃତଜ୍ଞ । ସୁଲତା ଦେଓଙ୍କୁ ଅଭିନନ୍ଦନ । ସସ୍ମିତ ପାତ୍ରଙ୍କ ସହଯୋଗ ଓ ସଦିଚ୍ଛା ପାଇଁ ବି ତାଙ୍କୁ ଧନ୍ୟବାଦ । ଆଗାମୀ ଦିନରେ ବି ସହଯୋଗ କାମନା କରିବେ । ମିଶିକି କାମ କରିଛୁ ଓ କରିବୁ । କେବଳ ପଦ ବଦଳିଛି ବୋଲି ମାନସ ମଙ୍ଗରାଜ କହିଛନ୍ତି ।













