ଭୁବନେଶ୍ବର: ମଙ୍ଗଳବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଡିସିପି ଜଗମୋହନ ମୀନା ଓ ଅନ୍ୟ ବରିଷ୍ଠ ପୋଲିସ୍ ଅଧକୋରୀଙ୍କ ସହ ସୋମବାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଫେବୃଆରୀ ୧୭ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବାକୁ ଥବୋବେଳେ ବିଧାନସଭା ଅଞ୍ଚଳକୁ ପୋଲିସ୍ କଡ଼ା ସୁରକ୍ଷା ବଳୟରେ ରଖଛେି
ଏଥିପାଇଁ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ଏହାସହ ସାଧା ପୋଷାଦଧାରୀ ପୋଲିସ୍ ମଧ୍ୟ ଗାନ୍ଧୀମାର୍ଗ ସହ ଅନ୍ୟ ଚେକ୍ ପୋଷ୍ଟରେ ନିୟୋଜିତ ହେବେ
ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି ପୁରା ବିଧାନସଭା ଅଞ୍ଚଳକୁ କମିଶନରେଟ୍ ପୋଲିସ୍ ସିସିଟିଭିରେ ରଖବେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି କଣ୍ଟ୍ରୋଲ୍ ରୁମରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ବିଧାନ ସଭାରେ କିଛି ସମସ୍ୟା ଦେଖା ଦେଲେ ଆଲାରମ ବାଜିବା ସହ ଗେଟ୍ ବନ୍ଦ କରିବା ନେଇ ବ୍ୟବସ୍ଥା କରାଯାଇଥବୋ କମିଶନରେଟ୍ ପୋଲିସ୍ କହିଛି
ବିଧାନସଭା ଲାଗି ଟ୍ରାଫିକ୍ କଟକଣା
୨ଟି ପର୍ଯ୍ୟାୟରେ ହେବାକୁ ଥବୋ ସପ୍ତଦଶ ବିଧାନସଭାର ଷଷ୍ଠ ଅଧବେେସନ ଲାଗି କମିଶନରେଟ୍ ପୋଲିସ୍ ଟ୍ରାଫିକ୍ ଗାଇଡଲାଇନଜାରି କରିଛି ପ୍ରଥମ ପର୍ଯ୍ୟାୟଟି ୧୭ରୁ ୨୪ ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟଟି ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖେ ବିଧାନସଭା ସଂଲଗ୍ନ ରାସ୍ତାରେ ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮ ଏବଂ ପୋଲିସ କମିଶନରେଟ୍ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୬ ଅନୁସାରେ କଟକଣା ଲାଗୁ କରାଯାଇଛି ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକୀଜରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବ ଏଜି ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ଵରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବ ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହନ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯିବାକୁ ଥବୋବେଳେ ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ପାୱାର ହାଉସ୍ ଛକଦେଇ ଯିବେ ଲୋକଭବନ ଛକ ପଟୁ ଏମ୍ଏଲ୍ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଶାସ୍ତ୍ରୀ ନଗର ଛକଦେଇ ଯିବେ କଟକଣାଗୁଡ଼ିକ ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହନ (ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହନ ନିମନ୍ତେ ଲାଗୁ ହେବନାହିଁ ବୋଲି କମିଶନରେଟ୍ ପୋଲିସ୍ କହିଛି
⊕READ IN ENGLISH⇒: Tight Security and Traffic Diversions in Bhubaneswar as Odisha Assembly Budget Session Begins













